ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ଲିଟର ପିଛା ପେଟ୍ରୋଲ ୨୩୩.୮୯ ଟଙ୍କାରେ ପହଁଚିଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକିସ୍ତାନ ପୁଣି ପେଟ୍ରୋଲର ଦାମ ୨୪ ଟଙ୍କା ବୃଦ୍ଧି କରିଛି । ସେହିପରି ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବଢି ୨୬୩.୩୧ ହୋଇଛି । ଗତ ୨୦ ଦିନ ମଧ୍ୟରେ ତୈଳଦରରେ ତୃତୀୟ ଥର ପାଇଁ ବୃଦ୍ଧି ଘଠିଛି । କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, କିରାସିନୀ ମଧ୍ୟ ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଁଚିଛି ।
ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢିଛି । ତେଣୁ ଲୋକଙ୍କ ଉପରେ ବୋଝ ଲଦାଯାଉଛି । ଏହାର ଅନ୍ୟ ବିକଳ୍ପ ନାହିଁ ବୋଲି ପାକ୍ ଅର୍ଥମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୪ ଟଙ୍କା ବଢିଲାଣି ।