ଆନ୍ତର୍ଜାତୀୟ ସ୍ତରର ରେକର୍ଡ ସତ୍ତ୍ୱେ ୬ ଏପ୍ରିଲ ୨୦୨୨ ଠାରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସରକାରୀ କ୍ଷେତ୍ର ଓଏମ୍ସି ଗୁଡିକ ଦ୍ୱାରା ବୃଦ୍ଧି କରାଯାଇ ନାହିଁ: ଶ୍ରୀ ହରଦୀପ ଏସ୍. ପୁରୀ
ନଭେମ୍ବର ୨୦୨୦ ରୁ ନଭେମ୍ବର ୨୦୨୨ ମଧ୍ୟରେ ଅଶୋଧିତ ତେଲର ଭାରତୀୟ ଝୁଡ଼ିର ହାରାହାରି ମୂଲ୍ୟ ୧୦୨% (୪୩.୩୪ ରୁ ୮୭.୫୫ ଡଲାର) ବୃଦ୍ଧି ପାଇଥିବା ବେଳେ ଏହି ସମୟ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଯଥାକ୍ରମେ ମାତ୍ର ୧୮. ୯୫% ଏବଂ ୨୬.୫% ବୃଦ୍ଧି ପାଇଛି । କିଛି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିର ତୁଳନା ନିମ୍ନରେ ପ୍ରଦାନ କରା ଯାଇଛି :
| Oct 2022 | Oct 2020 | % Change | ||||
| Country | Petrol | Diesel | Petrol | Diesel | Petrol | Diesel |
| India (Delhi) | 96.72 | 89.62 | 81.06 | 70.53 | 19.3% | 27.1% |
| USA | 83.00 | 113.38 | 41.87 | 46.35 | 98.2% | 144.6% |
| Canada | 104.65 | 130.84 | 57.96 | 54.87 | 80.6% | 138.4% |
| Spain | 140.47 | 154.88 | 100.27 | 88.96 | 40.1% | 74.1% |
| UK | 152.41 | 171.35 | 108.06 | 112.76 | 41.0% | 52.0% |
| Exchange rate | Rs. 82.34/$ | Rs. 73.46/$ |
12 % |
|||
(ଟଙ୍କାରେ ମୂଲ୍ୟ)
ଉତ୍ସ : ପେଟ୍ରୋଲିୟମ୍ ଯୋଜନା ଏବଂ ବିଶ୍ଳେଷଣ ସେଲ୍ (ପିପିଏସି), ନଭେମ୍ବର ୨୦ ଏବଂ ନଭେମ୍ବର ୨୨ ପାଇଁ ଆଇଇଏର ରିପୋର୍ଟ ଉପରେ ଆଧାରିତ ।
ଆନ୍ତର୍ଜାତୀୟ ସ୍ତରର ରେକର୍ଡ ସତ୍ତ୍ୱେ ୦୬ ଏପ୍ରିଲ ୨୦୨୨ ଠାରୁ ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀ (ଓଏମ୍ସି) ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ । ଫଳ ସ୍ୱରୂପ, ୨୦୨୧ – ୨୨ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨୮୩୬୦ କୋଟି ସମଷ୍ଟିଗତ ଟିକସ ପୂର୍ବର ଲାଭ ବିପକ୍ଷରେ ତିନୋଟି ଓଏମ୍ସି ଗୁଡିକ ଅର୍ଥାତ୍ ଆଇଓସିଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ର ୨୦୨୨ – ୨୩ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୨୭୨୭୬ କୋଟି ଟଙ୍କାର ସମୁଦାୟ କ୍ଷତି ସହିଛନ୍ତି ।ଉଚ୍ଚ ଆନ୍ତର୍ଜାତିକ ଅଶୋଧିତ ତୈଳ ମୂଲ୍ୟର ପ୍ରଭାବରୁ ଭାରତୀୟ ଗ୍ରାହକଙ୍କୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ୨୧ ନଭେମ୍ବର ୨୦୨୧ରେ ଏବଂ ୨୨ ମଇ ୨୦୨୨ ରେ ଦୁଇ ଥର କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ କରି ପେଟ୍ରୋଲ ଏବଂ ଡିଜେଲ ପାଇଁ ଲିଟର ପିଛା ଯଥାକ୍ରମେ ୧୩ ଏବଂ ୧୬ ଟଙ୍କା ଯଥାକ୍ରମେ ହ୍ରାସ କରା ଯାଇଥିଲା । କେନ୍ଦ୍ର ଅବକାରୀ ଶୁଳ୍କରେ ଏହି ହ୍ରାସ ପରେ କେତେକ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ (ଭ୍ୟାଟ୍) ହାର ମଧ୍ୟ ହ୍ରାସ କରିଛନ୍ତି । ଡିସେମ୍ବର ୨୦୨୦ ଠାରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମାସିକ ହାରାହାରି ଖୁଚୁରା ବିକ୍ରୟ ମୂଲ୍ୟ (ଆର୍ଏସ୍ପି) ର ବିବରଣୀ ସଂଲଗ୍ନ ପତ୍ର – ୧ ରେ ଦିଆ ଯାଇଛି ।
ଭାରତ ଘରୋଇ ଏଲ୍ପିଜି ବ୍ୟବହାରର ୬୦% ରୁ ଅଧିକ ଆମଦାନୀ କରେ । ଦେଶରେ ଏଲ୍ପିଜିର ମୂଲ୍ୟ ସାଉଦି କଂଣ୍ଟ୍ରାକ୍ଟ ପ୍ରାଇସ୍ (ସିପି) ଉପରେ ଆଧାରିତ, ଯାହା ଏଲ୍ପିଜିର ଆନ୍ତର୍ଜାତିକ ମୂଲ୍ୟ ପାଇଁ ମାନଦଣ୍ଡ । ସାଉଦି ସିପି ଏପ୍ରିଲ୍ ୨୦୨୦ ରେ ୨୩୬ ଡଲାର / ଏମ୍ଟିରୁ ବୃଦ୍ଧି ପାଇ ଏପ୍ରିଲ୍ ୨୦୨୨ ରେ ୯୫୨ ଡଲାର / ଏମ୍ଟିରେ ପହଂଚିଛି ଏବଂ ବର୍ତ୍ତମାନ ଉଚ୍ଚ ସ୍ତରରେ ବିସ୍ତାରିତ ହେବାରେ ଲାଗିଛି । ତଥାପି, ସରକାର ଘରୋଇ ଏଲ୍ପିଜି ପାଇଁ ଗ୍ରାହକ ମାନଙ୍କ ପାଇଁ ପ୍ରଭାବଶାଳୀ ମୂଲ୍ୟରେ ସଂଶୋଧନ କରିବା ଜାରି ରଖିଛନ୍ତି । ସରକାରୀ ତୈଳ ବିପଣନ କମ୍ପାନୀ ଗୁଡିକ ଘରୋଇ ଏଲ୍ପିଜି ବିକ୍ରିରେ ବହୁ କ୍ଷତି ସହିଛନ୍ତି । ଏହି କ୍ଷୟକ୍ଷତିର ଭରଣା ପାଇଁ, ସରକାର ନିକଟରେ ତୈଳ ବିପଣନ କମ୍ପାନୀ ମାନଙ୍କୁ ୨୨୦୦୦ କୋଟି ଟଙ୍କା ଏକକାଳୀନ କ୍ଷତିପୂରଣ ମଞ୍ଜୁର କରିଛନ୍ତି ।
ଡିସେମ୍ବର ୨୦୨୦ ଠାରୁ ଘରୋଇ ଏଲ୍ପିଜି (ଦିଲ୍ଲୀରେ) ର ଖୁଚୁରା ବିକ୍ରୟ ମୂଲ୍ୟ (ଆର୍ଏସ୍ପି) ର ବିବରଣୀ ସଂଲଗ୍ନ ପତ୍ର – ୨ ରେ ଦିଆ ଯାଇଛି ।
ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ଏସ୍. ପୁରୀ ଏହି ସୂଚନା ଦେଇଛନ୍ତି ।