ମୁମ୍ବାଇ : ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହା ଏକ ପୁରୁଣା ଫଟୋ ଯେଉଁଥିରେ ଶେର୍ଲିନ୍ ରାଜ କୁନ୍ଦ୍ରାଙ୍କ ସହ ନଜର ଆସିଛନ୍ତି । ଫଟୋ ସେୟାର କରି ଶେର୍ଲିନ୍ କ୍ୟାପସନରେ ଲେଖିଛନ୍ତି, ଏହା ମାର୍ଚ୍ଚ ୨୯, ୨୦୧୯ ଥିଲା । ଆର୍ମସ ପ୍ରାଇମ୍ ଦ୍ୱାରା ଆୟୋଜିତ ଶେର୍ଲିନ୍ ଚୋପ୍ରା ଆପର ପ୍ରଥମ କଣ୍ଟେଟ୍ ଶୁଟ୍ ହେବାକୁ ଯାଉଥିଲା । ଏହା ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା କାରଣ ମୁଁ ପୂର୍ବରୁ କୌଣସି ଆପ୍ ସହିତ ଜଡିତ ନଥିଲି । ଆଶା ଏବଂ ଉତ୍ସାହର ବାତାବରଣ ଥିଲା । ରାଜ କୁନ୍ଦ୍ରା ମାମଲାରେ ଶେର୍ଲିନ୍ ଚୋପ୍ରାଙ୍କୁ ପୋଲିସ ସମନ ପଠାଇଥିଲା । ଏହି ମାମଲାରେ ଶେର୍ଲିନଙ୍କୁ ରାଜ କୁନ୍ଦ୍ରାଙ୍କ ସହ ଥିବା ତାଙ୍କର ସମ୍ପର୍କ ବିଷୟରେ ପଚରା ଯାଇଥିଲା । ସୂଚନା ଅନୁଯାୟୀ, ଶେର୍ଲିନ୍ ପଚରାଉଚରା ବେଳେ କହିଥିଲେ ଯେ ରାଜ କୁନ୍ଦ୍ରା ତାଙ୍କୁ ଫିଲ୍ମରେ କାମ କରିବା ପାଇଁ ଆପ୍ରୋଚ୍ କରିଥିଲେ । ସେ ଚାହୁଁଥିଲେ ଯେ ମୁଁ ତାଙ୍କ କମ୍ପାନୀରେ କାମ କରେ ଏବଂ ତାର ନାମ ‘ଶେର୍ଲିନ୍ ଚୋପ୍ରା ଆପ୍’ ହେଉ ।