ପାଶୱାନ୍‌ଙ୍କ ସ୍ଥାନରେ ପୀୟୂଷ ଗୋୟଲଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ନେତା ସ୍ବର୍ଗତ ରାମବିଳାସ ପାଶୱାନ୍‌ ଏହି ଦାୟିତ୍ବରେ ଥିଲେ।

କିଛିଦିନ ହେବ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରାମବିଳାସ ପାଶୱାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ‘ଏମ୍‌ସ୍‌’ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, ସାମ୍ପ୍ରତିକ ଦାୟିତ୍ବ ସହ ଗୋୟଲ୍‌ଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରାଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଦେଶ ଦେଇଛନ୍ତି। ‌ଗୋୟଲ୍ ଏନ୍‌ଡିଏ ନେତୃତ୍ବାଧୀନ ସରକାରରେ ରେଳ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।