ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି। ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛିକ୍ଷଣ ପରେ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଞଐଣ-୭୨୭ ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା। ବିମାନଟି ଅପରାହ୍ନ ୧:୨୮ରେ (ଭାରତୀୟ ସମୟ) ଉଡ଼ାଣ ଆରମ୍ଭ କରିଥିଲା। ଅଧିକାରୀଙ୍କ ଅନୁଯାୟୀ, ପାଇଲଟ୍ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇଥିଲେ ଏବଂ ଡାହାଣ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ, ପ୍ରାୟ ୧୦ ମିନିଟ୍ ପାଇଁ ବିମାନକୁ ନିୟନ୍ତ୍ରଣରେ ରଖିଥିଲେ। ବିମାନଟି ୨୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ବିମାନରେ ୧୧ ଜଣ କ୍ରୁ ସଦସ୍ୟ ଥିଲେ। ଇଞ୍ଜିନରେ ଅଗ୍ନିକାଣ୍ଡର ରିପୋର୍ଟ ପରେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରାୟ ୧୫ ମିନିଟ୍ ପାଇଁ ବନ୍ଦ କରି ଦିଆଯାଇଥିଲା। କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ (ଘଝଉଈଓ) ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ଇଂଜିନରେ ନିଆଁ ଲାଗିବ ପରେ ବିମାନକୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନଟି କୋଲକାତା ବିମାନ ବନ୍ଦରରେ ଅପରାହ୍ନ ୦୨:୪୯ ରେ ଅବତରଣ କରିଥିଲା। ବିମାନଟି ବର୍ତମାନ କୋଲକାତା ବିମାନବନ୍ଦରରେ ଅଛି। ଅଧିକାରୀ ମାନେ ଯାଂଚ ଚଳାଇଥିବା ସୂଚନା ମିଳିଛି।