ବିନା ସୁରକ୍ଷା ସାର୍ଟିଫିକେଟ୍‌ରେ ମାସ ମାସ ଉଡୁଛି ବିମାନ

ଏୟାର ଇଣ୍ଡିଆର ଏକ ବଡ଼ ଅବହେଳା …

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ବଡ଼ ଅବହେଳା ପଡ଼ିଛି ପଦାରେ । ଏହାର ଏକ ବିମାନ ବିନା ସୁରକ୍ଷା ସାର୍ଟିଫିକେଟ୍‌ରେ ହିଁ ମାସ ମାସ ଧରି ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉ ଉଡ଼ାଣ ଜାରି ରଖିଛି ।

ଉକ୍ତ ଘଟଣା ବିଷୟରେ ଏୟାରଲାଇନ୍‌ସର ଇଂଟରନାଲ୍ ମନିଟରିଂ ପ୍ରୋସେସ୍‌ରୁ ଜଣାପଡ଼ିଛି, ଯାହାପରେ ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)କୁ ତୁରନ୍ତ ରିପୋର୍ଟ କରାଯାଇଛି । ଏହାକୁ ନେଇ ଏୟାର ଇଣ୍ଡିଆ କହିଛନ୍ତି, ଆବଶ୍ୟକୀୟ ସୁରକ୍ଷା ନିୟମ ଓ ପ୍ରକ୍ରିୟାଗୁଡ଼ିକୁ ପୂରଣ କରିବାରେ ହୋଇଥିବା ଅବହେଳା ଓ ତ୍ରୁଟିରେ ସାମିଲ ସବୁ ଅଧିକାରୀଙ୍କୁ ଏହି ଘଟଣାର ସମୀକ୍ଷା କରାଯିବା ଯାଏ ସସ୍‌ପେଣ୍ଡ କରିଦିଆ ଯାଇଛି । ଏୟାରଲାଇନ୍ କହିଛି ଯେ, ଏହି ତ୍ରୁଟି ବିଷୟରେ ଆଭ୍ୟନ୍ତରୀଣ ସୂତ୍ରରୁ ଜଣା ପଡ଼ିଛି ।