ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା ପ୍ଲାଷ୍ଟିକ ସର୍ଜରି: ଚାଲିଗଲା ଜୀବନ
କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କୁ ମହଙ୍ଗା ପଡିଲା ପ୍ଲାଷ୍ଟିକ ସର୍ଜରି…
ବେଙ୍ଗାଲୁର: କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କୁ ମହଙ୍ଗା ପଡିଲା ପ୍ଲାଷ୍ଟିକ ସର୍ଜରି । କନ୍ନଡ ଅଭିନେତ୍ରୀ ଚେତନା ରାଜ ନିଜକୁ ପତଳା କରାଇବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କରାଇବା ପରେ ତାଙ୍କର ମୃତ୍ୟୁବରଣ ହୋଇଛି । ଯେଉଁଥିପାଇଁ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ନିଜ ଶରୀରରୁ ଚର୍ବି କମାଇବା ପାଇଁ ସେ ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ତେବେ ସର୍ଜରୀରେ କିଛି ତ୍ରୁଟି ହେତୁ ଫୁସଫୁସରେ ସମସ୍ୟା ହୋଇଛି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଯାହା ଜଣାପଡିଛି ଚେତନା ନିଜ ସର୍ଜରୀ ବିଷୟରେ କାହାକୁ କିଛି କହିନଥିଲେ । ଏମିତିକି ତାଙ୍କ ପିତା ମାତା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ ।
ସୂଚନାଯୋଗ୍ୟ ଯେ, ସେ ନିଜେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକୁଟିଆ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଡାକ୍ତରଙ୍କ ଅବହେଳାକୁ ୟାଦୀ କରିଛନ୍ତି । ବାପା ମାଆଙ୍କ ଅଭିଯୋଗ ଅନୁଯାୟୀ ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହୋଇଛି ।