ଜୁଲାଇରୁ ସଂପୂର୍ଣ୍ଣ ବନ୍ଦ ହେବ ପ୍ଲାଷ୍ଟିକ
ପଞ୍ଜାବକୁ ସବୁଜ ଏବଂ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜୁଲାଇ ୨୦୨୨ରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ କଟକଣା…
ପଞ୍ଜାବ: ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଜୁଲାଇରୁ ପ୍ଲାଷ୍ଟିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟସ୍ତରୀୟ ସମାଗମରେ ବିଜ୍ଞାନ, ପ୍ରାଦ୍ୟୋଗିକ ଓ ପରିବେଶ ସଚିବ ରାହୁଲ ତିୱାରୀ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଘୋଷଣା କରିଥିଲେ । ପଞ୍ଜାବକୁ ସବୁଜ ଏବଂ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜୁଲାଇ ୨୦୨୨ରୁ ରାଜ୍ୟରେ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ କରାଯିବ । କେନ୍ଦ୍ର ସରକାର ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଖାସକରି ପାଣି ବୋତଲ ଦ୍ୱାରା ପରିବେଶରେ ହେଉଥିବା କ୍ଷତିକୁ ରୋକିବା ଦିଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ପର୍ଯ୍ୟାୟକ୍ରମେ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ ।