୧୪ ଅଗଷ୍ଟରେ ପାଳନ ହେବ ବିଭାଜନ ବିଭୀଷିକା ସ୍ମୃତି ଦିବସ

ନୂଆଦିଲ୍ଲୀ, ଏଣିକି ଅଗଷ୍ଟ ୧୪ ତାରିଖରେ ପାଳନ ହେବ ବିଭାଜନ ବିଭୀଷିକା ସ୍ମୃତି ଦିବସ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଦିନ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଆମ ଭଉଣୀ ଏବଂ ଭାଇଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ତାଙ୍କ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟରେ ‘ବିଭାଜନ ବିଭିଷୀକା ସ୍ମୃତି ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଲେଖିଛନ୍ତି, ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିପାରିବ ନାହିଁ । ସୂଚନା ଥାଉକି, ଅଗଷ୍ଟ ୧୪ ତାରିଖ ଦେଶର ଇତିହାସରେ ଲୁହରେ ଲେଖାଯାଇଛି । ଏହି ଦିନ ଥିଲା ଯେତେବେଳେ ଦେଶ ବିଭାଜିତ ହୋଇଥିଲା ଏବଂ ୧୪ ଅଗଷ୍ଟ ୧୯୪୭ ରେ ପାକିସ୍ତାନ ଏବଂ ୧୫ ଅଗଷ୍ଟ ୧୯୪୭ ରେ ଭାରତକୁ ପୃଥକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା ।