ସେମିକନ୍‌ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମିକନ୍‌ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ‘‘ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି। ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ବିଷୟ ଆଲୋଚନାରେ ସାମିଲ ଥିଲା।’’

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଆଜି ଦିନର ପ୍ରାରମ୍ଭରେ, ସେମିକନ୍‌ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କଲି। ଭାରତର ସମ୍ଭାବନା ଉପରେ ସେମାନଙ୍କର ଆତ୍ମବିଶ୍ୱାସ ସ୍ପଷ୍ଟ ରୂପେ ପ୍ରତିଫଳିତ ହେଉଛି ଏବଂ ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ନବୋନ୍ମେଷ ଏବଂ ଉତ୍ପାଦନର ଏକ ଅଗ୍ରଣୀ କେନ୍ଦ୍ର ଭାବେ ସେମାନେ ଭାରତରେ ବଡ଼ ନିବେଶ କରିବା ଲାଗି ପ୍ରସ୍ତୁତ। ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି। ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ବିଷୟ ଆଲୋଚନାରେ ସାମିଲ ଥିଲା।’’