ପିଆଇବି, ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜବଲପୁରରେ ଜଳ ସଂରକ୍ଷଣ ଦିଗରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ସେଠାରେ ଥିବା ପ୍ରାଚୀନ ଷ୍ଟେପୱେଲର ପୁନରୁଦ୍ଧାର ପାଇଁ ନାଗରିକଙ୍କୁ ପ୍ରଶଂସା କରିଛନ୍ତି ।
ଲୋକସଭା ସଦସ୍ୟ ଶ୍ରୀ ରାକେଶ ସିଂଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ବହୁତ ପ୍ରଶଂସନୀୟ ଉଦ୍ୟମ! ଜଳ ସଂରକ୍ଷଣ ପାଇଁ ଜବଲପୁରରେ ଜନଭାଗିଦାରୀର ଏହି ଭାବନା ସମସ୍ତଙ୍କୁ ପ୍ରେରିତ କରିବ।’