ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଆଇଆଇଟିର ୫୧ତମ ଦୀକ୍ଷାନ୍ତ ସମାରୋହରେ ଭର୍ଚୁଆଲ୍ ତରିକାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ କାଳରେ ଟେକ୍ନୋଲୋଜି ମୁଖ୍ୟ ଭୂମିକା ନିର୍ବାହ କରିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ଅନେକ କିଛି ପରିବର୍ତ୍ତନ କରିଦେଲା। ଏହି ସଙ୍କଟ ସମୟରେ ଆମକୁ ନୂଆ ଚିନ୍ତାଧାରାର ଆବଶ୍ୟକ ରହିଛି। କରୋନା ଭୂତାଣୁ ପରେ ଦୁନିଆ ବହୁତ ବଦଳିଯିବ। ଆଉ ଏଥିରେ ସବୁଠାରୁ ବଡ଼ ଭୂମିକା ଟେକ୍ନୋଲୋଜିର ରହିବ। ଛାତ୍ରଛାତ୍ରୀମାନଙ୍କ ନିକଟରେ ଆଜି ଟେକ୍ନୋଲୋଜି ଶିକ୍ଷା ଲାଭ କରିବାର ସୁଯୋଗ ରହିଛି। କୃଷି ଏବଂ ଅନ୍ତରୀକ୍ଷ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ସୁଯୋଗ ଓ ସମ୍ଭାବନା ଆସୁଛି। ସମାଜକୁ ଆଗକୁ ନେବା ଆପଣମାନଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।