ରାଷ୍ଟ୍ରପତି ନିର୍ବାଚିତ ପରେ ବାଇଡେନ୍ ଙ୍କ ସହ ମୋଦିଙ୍କ ପ୍ରଥମ ବାର୍ତ୍ତାଳାପ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ପ୍ରାର୍ଥୀ ବାଇଡେନ୍ ରିପବ୍ଲିକାନ୍ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ପରାସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ଭାବ ବିନିମୟ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା କରିଛନ୍ତି ।

କଥାବାର୍ତ୍ତା ବେଳେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗିତାର ଗୁରୁତ୍ୱ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ନେଇ ଉଭୟ ନେତା ଦୋହରାଇଥିଲେ। ଏହାସହ କରୋନାଭାଇରସ୍‌ ମହାମାରୀ, ଜଳବାୟୁ ପରିବର୍ତ୍ତନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ପ୍ରସଙ୍ଗରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।

ଉପରାଷ୍ଟ୍ରପତି-ନିର୍ବାଚିତ କମଳା ହ୍ୟାରିସ୍‌ଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ନିମନ୍ତେ ଉତ୍ସର ପ୍ରଚଣ୍ଡ ସାମର୍ଥ୍ୟ ଶୌର୍ଯ୍ୟବାନ୍ ଭାରତ-ଆମେରିକୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ଲାଗି ତାଙ୍କର ସଫଳତା ହେଉଛି ବଡ଼ ଗୌରବ ଓ ପ୍ରେରଣାର ପ୍ରସଙ୍ଗ।ବାଇଡେନ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଟିମ୍‌ଙ୍କ କହିବା ଅନୁସାରେ, କୋଭିଡ୍‌-୧୯ ଏବଂ ବୈଶ୍ବିକ ଅର୍ଥନୀତି ସମେତ କେତେକ ପ୍ରସଙ୍ଗରେ ବାଇଡେନ୍‌ ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ।