ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସ୍ଥାପନା ଦିବସ ଆୟୋଜନ କରିଥିବାରୁ ସିଆଇଏସଏଫକୁ ସାଧୁବାଦ ଜଣାଉଛି । ଏଭଳି ନିଷ୍ପତ୍ତି ଶାସନରେ ସହଭାଗିତା ଭାବନାକୁ ପ୍ରୋତ୍ସାହିତ କରିବ ।”