ସୌର ଶକ୍ତି ଉତ୍ପାଦନ ପାଇଁ ଗୋଆ ସୋଲାର ରୁଫ୍‍ଟପ୍‍ ପୋର୍ଟାଲକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୌର ଶକ୍ତି ବ୍ୟବହାର ତଥା ନିରନ୍ତର ବିକାଶ ପାଇଁ ଗୋଆ ସୋଲାର ରୁଫ୍‍ଟପ୍‍ ପୋର୍ଟାଲ ଏକ ଭଲ ପଦକ୍ଷେପ । ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଏବଂ ବିଦ୍ୟୁତ ବିଭାଗ ସହିତ ମିଳିତ ଭାବେ ଗୋଆ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଜିଇଡିଏ) ଦ୍ୱାରା ସୋଲାର ରୁଫ୍‍ଟପ୍‍ ଅନଲାଇନ୍ ପୋର୍ଟାଲ୍ goasolar.inବିକଶିତ ହୋଇଛି ।

ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ଏକ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ସୌର ଶକ୍ତି ବ୍ୟବହାର ଏବଂ ନିରନ୍ତର ବିକାଶକୁ ଆଗକୁ ନେବା ଦିଗରେ ଭଲ ପଦକ୍ଷେପ ।”