ରାଜସ୍ଥାନର ଟୋଙ୍କରେ ସାଂସଦ ରୋଷେଇ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଟୋଙ୍କରେ ସାଂସଦ ରୋଷେଇ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଟୋଙ୍କ-ସୱାଇ ମାଧୋପୁର ସାଂସଦ ସୁଖବୀର ସିଂ ଜୌନପୁରିଆଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ପ୍ରଶଂସନୀୟ ପ୍ରୟାସ! ଟୋଙ୍କରେ ସାଂସଦ ରୋଷେଇର ଏହି ପଦକ୍ଷେପ ଗରିବ ଏବଂ ଅସହାୟ ଲୋକଙ୍କୁ ବହୁତ ସହାୟକ ହେବ’ ।