ଜାମ୍ମୁ କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ଆତିଥେୟତା ସଂକ୍ରାନ୍ତରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ଜାମ୍ମୁ-କଶ୍ମୀର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟ ତଥା ଆତିଥେୟତା ସହିତ ବାଏସରନ୍‌, ଆରୁ, କୋକେରନାଗ, ଅଖବାଲ, ଗୁଲମର୍ଗ, ଶ୍ରୀନଗର ଏବଂ ଡାଲ ହ୍ରଦର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିଥିବା ନାଗରିକଙ୍କ ମତାମତକୁ ସେୟାର କରିଛନ୍ତି ।

ଶ୍ରୀ ରଣଜିତ କୁମାରଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ଟୁଇଟ୍‍ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନାଗରିକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଅତି ବଢିଆ । ମୁଁ ମଧ୍ୟ ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ସେୟାର କରିବାକୁ ଉତ୍ସାହିତ ହୋଇଛି ।”