‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା’ ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ରାଷ୍ଟ୍ରପତି ଜୀ ଙ୍କ ଦ୍ୱାରା ଘାନାର ଜାତୀୟ ପୁରସ୍କାର, ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ କରାଯିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର କଥା ।

ମୁଁ ରାଷ୍ଟ୍ରପତି ମହାମା ଜୀ, ଘାନା ସରକାର ଏବଂ ଘାନାର ଜନସାଧାରଣଙ୍କୁ  ହୃଦୟରୁ କୃତଜ୍ଞତା ଜଣାଉଛି । ମୁଁ ଏହି ସମ୍ମାନକୁ 140 କୋଟି ଭାରତୀୟଙ୍କ ପକ୍ଷରୁ ବିନମ୍ରତାର ସହ ଗ୍ରହଣ କରୁଛି ।

ମୁଁ ଏହି ସମ୍ମାନ ଆମ ଯୁବପିଢିଙ୍କ ଆକାଂକ୍ଷା, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଆମର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ପରମ୍ପରାକୁ  ଏବଂ ଭାରତ-ଘାନାର ଐତିହାସିକ ସମ୍ପର୍କକୁ ସମର୍ପିତ କରୁଛି ।