ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ କମ କରିବା ପାଇଁ ଦିଲ୍ଲୀରେ କେଜରିୱାଲ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ବୈଧ ପ୍ରଦୂଷଣ ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ରଦ୍ଦ ହୋଇପାରେ । ଏଥିସହିତ ମୋଟର ବାହନ ଅଧିନିୟମ ଅନୁଯାୟୀ, ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ହୋଇପାରେ । ଏହି ସାର୍ଟିଫିକେଟ ବିନା ଗାଡ଼ି ଚଳାଇଲେ ତିନି ମାସ ପାଇଁ ଡିଏଲ୍ ସସପେଣ୍ଡ କରିଦିଆଯିବ ବୋଲି କୁହାଯାଇଛି ।
ଆପଣମାନେ ଘରୁ ରାସ୍ତାକୁ ଗାଡ଼ି ନେଇ ଯିବା ବେଳେ ସାଙ୍ଗରେ ପଲ୍ୟୁସନ ସାର୍ଟିଫିକେଟ ନେବା ଜରୁରୀ । ଦିଲ୍ଲୀର ପଲ୍ୟୁସନ ବିଭାଗ ପକ୍ଷରୁ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ ଅପିଲ କରିଛି ଯେ, ଘରୁ ବାହାରିବା ପୂର୍ବରୁ ପ୍ରଥମେ ଗାଡ଼ିର PUC ଚେକ୍ କରିନେବା ଜରୁରୀ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ ଓ ଏଥି ସମ୍ବନ୍ଧିତ ସମସ୍ତ ସେବାଗୁଡ଼ିକୁ ଅନଲାଇନ୍ କରିବାକୁ ପ୍ରୟାସ କରିଆସୁଛି ।
Prev Post
Next Post