ଲତା ମଙ୍ଗେସକରଙ୍କୁ ନେଇ ଜାରି ହେବ ଡାକ ଟିକେଟ୍

ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ହେବା ପରେ ଭାରତୀୟ ସଙ୍ଗୀତ ଜଗତରେ ଏକ ସ୍ୱର୍ଣ୍ଣୀମ ଅଧ୍ୟାୟର ଅନ୍ତ ହେଉଛି । ଯାହାକୁ ନେଇ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ସ୍ୱର କୋକିଳାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଆଉ ଏକ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇବା ପାଇଁ ଜାରି ହେବ ଡାକ ଟିକେଟ୍ । ସବୁ ମହାନ୍ ବ୍ୟକ୍ତିତ୍ୱଙ୍କ ଭଳି ଲତା ମଙ୍ଗେସକରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଡାକ ଟିକେଟ୍ ଜାରି କରିବାକୁ ଆଜି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ସଙ୍ଗୀତ ଜଗତରେ ତାଙ୍କ ଅକଳ୍ପନୀୟ ଅବଦାନ ପାଇଁ ଆଜି ଏଭଳି ମହାନ୍ ପ୍ରତିଭାଙ୍କୁ ଝୁରି ହେଉଛି ସାରା ଦେଶ ।