ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ: ୫୦୦ ମୃତ ଆଶଙ୍କା

ସୋମବାର ଦିନ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ଘଟିବା ଫଳରେ ଅନ୍ୟୁନ ୫୦୦ ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ ୧୦୦୦ ଲୋକ କ୍ଷତାକ୍ତ ହୋଇଥିବା ସଂପର୍କରେ ରେଡିଓ ଟେଲିଭିଜନ ଆଫଗାନିସ୍ତାନ (ଆରଟିଏ) ପ୍ରକାଶ କରିଛି ।

ରିକ୍ଟର ସ୍କେଲରେ ହାରାହାରି ୬.୩ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିବା ଅନୁମାନ କରାଯାଇଛି । ତାଲିବାନ ସରକାର ପକ୍ଷରୁ ବିପନ୍ନଙ୍କ ଉଦ୍ଧାର କାମ ଆରମ୍ଭ କରାଯାଇଛି । ଭୂକମ୍ପଜନିତ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।