ମୁମ୍ବାଇ :ନୌସେନା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ କରି ଭାରତୀୟ ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ “ଆଇଏନଏସ ବିରାଟ” ଦୀର୍ଘ୨୭ ବର୍ଷ ବ୍ରିଟିଶ ରୟାଲ ଆରମୀରେ ଓ ଭାରତୀୟ ନୌସେନାରେ୨୯ ବର୍ଷ ଅର୍ଥାତ ମୋଟ ୫୬ ବର୍ଷଧରି ଭାରତର ଗୌରବ ଭାବେ ସମୁଦ୍ର ସୀମା ପହରା ଦେଉଥିବାର ଶନିବାର ଶେଷ ଯାତ୍ରା କରିଛି। ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରେ ବିରାଟକୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି,ଏଥିସହ ମୁମ୍ବାଇ ହାର୍ବରରୁ ଗୁଜୁରାଟର ଅଲଙ୍ଗ ସିପ୍ ବ୍ରେକର ୟାର୍ଡକୁ ନିଆଯାଇଛି।
ବ୍ରିଟିଶ ରୟାଲ ଆରମୀରେ ଏଚଏମଏସ ହର୍ମିସ କାର୍ଯ୍ୟ ଆରମ୍ଭ କରିଥିବା ଏହି ଯୁଦ୍ଧପୋତର ନାମ କାରଣ ୧୨ ମେ ୧୯୮୭ ମସିହାରେ ଆଇଏନଏସ ବିରାଟ ପରିବର୍ତିତ ହୋଇ ଭାରତୀୟ ନୌସେନାରେ ସାମିଲ ହେବା ପରେ ଶ୍ରୀଲଙ୍କାରେ ପ୍ରଥମ ସୈନ୍ୟ ଅପରେସନ ଜୁପିଟରରେ ବିରାଟ ସାମିଲ ହୋଇଥିଲା।
ଭାରତରୁ ଶାନ୍ତି ସୈନ୍ୟ ନେଇ ଶ୍ରୀଲଙ୍କା ଯାଇଥିଲା ବିରାଟ। ୨୦୦୧ ମସିହାରେ ସଂସଦ ଆକ୍ରମଣ ଘଟଣାରେ ଭାରତୀୟ ସେନା ହାତକୁ ନେଇଥିବା ଅପରେସନ ପରାକ୍ରମରେ ମଧ୍ୟ ବିରାଟ ସାମିଲ ହୋଇଥିଲା।
ବିରାଟ କେବଳ ନାମରେ ନଥିଲା । ୭୪୩ ଫୁଟ ଦୀର୍ଘ ଏହି ବିମାନବାହୀ ପୋତ ୧୬୦ଫୁଟ ଚୌଡା ଥିଲା। ସମୁଦ୍ରରେ ଘଣ୍ଟାପ୍ରତି ୫୨ମାଇଲ ବେଗରେ ଚାଲିପାରୁଥିବା ଏହି ଯୁଦ୍ଧପୋତ ପ୍ରତିରକ୍ଷାରେ ଶତ୍ରୁର ଛାତି ଥରାଉଥିଲା।
ଏହି ଯୁଦ୍ଧପୋତରେ ଏକକାଳୀନ ୩୦ ଯୁଦ୍ଧ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରୁଥିଲେ। ବିରାଟ ଉପରୁ ଅନେକ ଯୁଦ୍ଧବିମାନ ୨୨ ହଜାର ୩୪ ଘଣ୍ଟା ଉଡାଣ କରିଥିବାର ରେକର୍ଡ ରହିଛି। ସେହିପରି ସମୁଦ୍ରରେ ୨ହଜାର ୨୫୦ ଦିନ ଓ ୧୦ଲକ୍ଷ ୯୪ ହଜାର୨୧୫ କିଲୋମିଟର ପଥ ଅତିକ୍ରମ କରିଛି ବିରାଟ।