ଜାତୀୟ ଟିଭି ସୋ’ରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଜାତୀୟ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ଅତିଥି ଭାବରେ ଯାଇଥିଲେ। ଅଲିମ୍ପିକ୍ସରେ ଉଭୟଙ୍କର ଦମଦାର ପ୍ରଦର୍ଶନ ପରେ ସେମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ସୋ’ ଚାଲିଥିବା ସମୟରେ କପିଲ ଶର୍ମା ଓଡ଼ିଶା ସରକାରଙ୍କ ହକି ପ୍ରତି ଯୋଗଦାନକୁ ପ୍ରଶଂସା କରିଥିଲେ।

ଟିଭି ସୋରେ ‘ଦ କପିଲ୍ ଶର୍ମା ସୋ’ ଟୋକିଓ ହିରୋଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଶଂସା କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଉଭୟ ପୁରୁଷ ଓ ମହିଳା ଦଳର ହକି ଖେଳାଳି ସେମାନଙ୍କର ଜବରଦସ୍ତ ପ୍ରଦର୍ଶନ ଜରିଆରେ ଦେଶର ନାଆଁ ଉଜ୍ଜଳ କରିଛନ୍ତି। ଏହା ଆଗାମୀ ଦିନରଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ସେମାନେ ଏମାନଙ୍କ ଦ୍ବାରା ଅନୁପ୍ରରିତ ହେବେ ବୋଲି ମୁଁ ଆଶା କରୁଛି। ଏହା ତ ଶୁଭାରମ୍ଭ ମାତ୍ର, ଆମକୁ ଆହୁରି ଉଚ୍ଚତ୍ତର ସୋପାନକୁ ଯିବାକୁ ହେବ।