ପ୍ରଣବ ମୁଖର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଦେହାନ୍ତ ହୋଇଛି । ଏନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖର୍ଜୀ । ଡାକ୍ତରଙ୍କ ପ୍ରବଳ ପ୍ରଚେଷ୍ଟା, ଲକ୍ଷ ଲକ୍ଷ ଭାରତବାସୀଙ୍କର ପ୍ରାର୍ଥନା ପରେ ମଧ୍ୟ ତାଙ୍କର ପ୍ରାଣହାନୀ ଘଟିଛି ।

ପ୍ରଣବ ମୁଖାର୍ଜୀ ଭାରତର ୧୩ତମ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟ ଭାର ସମ୍ଭାଳିଥିଲେ। ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ମିରାଟିରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ପ୍ରଣବ ମୁଖାର୍ଜୀ ।

ତାଙ୍କ ବାପା ନାମଙ୍କ ନାମ କାମଦ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷ୍ମୀ । ପ୍ରଣବ କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି । ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ। ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି କାମ କରିଥିଲେ ।

Hailing Indira Gandhi's working style, Pranab Mukherjee says she is 'most  acceptable PM till date'

୧୯୬୯ରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେହି ବର୍ଷ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଇଥିଲେ । ପରେ ସେ ୧୯୭୫, ୧୯୮୧, ୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ । ୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।