ପ୍ରୟାଗରାଜ ହିଂସା ମାମଲା: ମାଷ୍ଟରମାଇଣ୍ଡ ଘର ଉପରେ ଚାଲିଲା ବୁଲଡୋଜର
କରେଲିରେ ଅବସ୍ଥିତ ପ୍ରୟାଗରାଜରେ ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହୋଇଥିବା ହିଂସା ଓ ଉତେଜନା ଘଟଣାର ମାଷ୍ଟରମାଇଣ୍ଡ…
ପ୍ରୟାଗରାଜ : ପ୍ରୟାଗରାଜ ସହରର ଅଟାଳାରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ (ପିଡ଼ିଏ) ର ବୁଲଡୋଜର ହିଂସା ଘଟଣାର ମାଷ୍ଟରମାଇଣ୍ଡ ଘରେ ବୁଲଡୋଜର ଚାଲିଛି । ଏହି ସମୟରେ ତାଙ୍କ ଘରୁ କିଛି ବିରୋଧି ପତାକା ଏବଂ ପୋଷ୍ଟର ମଧ୍ୟ ଉଦ୍ଧାର କରାଯାଇଛ । କରେଲିରେ ଅବସ୍ଥିତ ପ୍ରୟାଗରାଜରେ ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହୋଇଥିବା ହିଂସା ଓ ଉତେଜନା ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ଜାଭେଦ ଅହମ୍ମଦଙ୍କ ଘର ଭାଙ୍ଗିବା ପାଇଁ ପିଡ଼ିଏ ପ୍ରକ୍ରିୟା ଆରମ୍ଭ କରିଛି । ବୁଲଡୋଜର ଜାଭେଦଙ୍କ ଘରକୁ ଭାଙ୍ଗିବାକୁ ଯାଥିବା ବେଳେ କିଛି ବିରୋଧି ପତାକା ଏବଂ ପୋଷ୍ଟର ମଧ୍ୟ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା ।