ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ସବୁଠୁ ଅଧିକ ଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ନେଇ ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ କରି ସୂଚନା ଦେଇଛନ୍ତି।

ଟ୍ୱିଟ କରି କହିଛନ୍ତି ଯେ, ମୋର ଏବଂ ପତ୍ନୀ ମେଲାନିଆଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ଆମେ ତୁରନ୍ତ ଆମର କ୍ବାରେଣ୍ଟାଇନରେ ରହିବ ସହ ସୁସ୍ଥ ହେବାର ପ୍ରକ୍ରିୟା ଆରମ୍ଭ କରିବୁ । ଆମେ ସାଥୀ ହୋଇ ଏହାକୁ ସାମ୍ନା କରିବୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ।

ଏଠାରେ ଉଲ୍ଲେଖ ଥାଉକି,ଏହା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହେବା ଖବର ଟ୍ରମ୍ପ ଟୁଇଟ୍ କରି ଜଣାଇଥିଲେ।ସେପଟେ ବର୍ତ୍ତମାନ ଆମେରିକାରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଟ୍ରମ୍ପଙ୍କ କରୋନା ଆକ୍ରାନ୍ତ ହେବା ତାଙ୍କ ପ୍ରଚାର ରେ ବାଧକ ସାଜିବ ବୋଲି କୁହାଯାଉଛି ।