ଆସନ୍ତା ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଇସ୍ତଫାର ସର୍ତ୍ତ ନେଇ ମୁହଁ ଖୋଲିଛନ୍ତି । କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନରେ ହଜାହ ହଜାର ପ୍ରଦର୍ଶନକାରୀଙ୍କ…
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରେ ଏଠାରେ ସରକାରଙ୍କ ଅବସ୍ଥା ଦୋହଲି ଯାଇଛି । ଲୋକେ ରାଜରାସ୍ତାକୁ ଓହ୍ଲାଇ ସ୍ୱର ଉତ୍ତୋଳନ କରିଛନ୍ତି । ହିଂସ୍ରକ ପ୍ରଦର୍ଶନ ପରେ ସରକାର ମୁଣ୍ଡ ନୁଆଇଁଛନ୍ତି । ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ନିଷ୍ପତ୍ତି ପରେ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା ହେବ ।
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଇସ୍ତଫାର ସର୍ତ୍ତ ନେଇ ମୁହଁ ଖୋଲିଛନ୍ତି । କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନରେ ହଜାହ ହଜାର ପ୍ରଦର୍ଶନକାରୀଙ୍କ ଉପସ୍ଥିତ ହେବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଇସ୍ତଫା ଦେବେ ।
ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଧେଙ୍କ ଇସ୍ତଫା ପରେ ସଂସଦରେ ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଧନ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ସୂଚନା ଦେଇଛନ୍ତି ।