ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମାକ୍ରନ

ଫ୍ରାନ୍ସ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଫୋନ୍ କଲ୍ ପାଇଛନ୍ତି । ଐତିହାସିକ ନିର୍ବାଚନୀ ବିଜୟ ପାଇଁ ରାଷ୍ଟ୍ରପତି ମାକ୍ରନ ଅଭିନନ୍ଦନ ଜଣାଇବା ସହ ତୃତୀୟ ଥର ଶାସନ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Qପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ବର୍ଷ ମାନଙ୍କରେ ଭାରତ ଓ ଫ୍ରାନ୍ସର ଉତ୍ତମ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

‘ହରାଇଜନ ୨୦୪୭’ ରୋଡମ୍ୟାପରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଥିଲେ ।

ଐତିହାସିକ ଡି-ଡେର ୮୦ତମ ବାର୍ଷିକୀ ଉପଲକ୍ଷେ ରାଷ୍ଟ୍ରପତି ମାକ୍ରନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କଲେ ।

ଆଗାମୀ ଅଲମ୍ପିକ୍ ଓ ପାରା ଅଲମ୍ପିକ୍ କ୍ରୀଡ଼ା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ ।

ପରସ୍ପର ମଧ୍ୟରେ ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତ ହୋଇଥିଲେ ।