ନେଦରଲାଣ୍ଡ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ରପତି ଦୀର୍ଘ ୩୪ ବର୍ଷ ପରେ ନେଦରଲାଣ୍ଡ ଗସ୍ତ କରିଛନ୍ତି । ବିଦେଶ ବ୍ୟାପାର ମନ୍ତ୍ରାଳୟର ସଚିବ ସଂଜୟ ବର୍ମା କହିଛନ୍ତି ଯେ, ଭାରତ ଓ ନେଦରଲାଣ୍ଡ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଉପରେ ବୁଝାମଣା ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେଦରଲାଣ୍ଡ ଗ୍ରସ୍ତକାଳରେ ଏହି ଦସ୍ତଖତ ହୋଇଛି । ନେଦରଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ବର୍ମା କହିଛନ୍ତି ଯେ ଭାରତ-ନେଦରଲାଣ୍ଡର ସଂପର୍କ ଆଗାମୀ ଦିନରେ ଆହୁରି ସୁଦୃଢ ହେବ । ସୂଚନାଯୋଗ୍ୟ ବନ୍ଦର, ଜାହାଜରେ ମାଲପରିବହନ ନେଇ ବୁଝାମଣା ହୋଇଛି ।

ସେହିପରି କଲଚରାଲ ହେରିଟେଜ, କସମସ ମାଲାବାରିକସ ପ୍ରକଳ୍ପ ନେଇ ଲାଇଡେନ ୟୁନିଭରସିଟି ଓ କେରଳ କାଉନସିଲ ଅଫ ହିଷ୍ଟୋରିକାଲ ରିସର୍ଚ୍ଚ ଆଣ୍ଡ ନ୍ୟାସନାଲ ଆର୍ଚ୍ଚିଭ ଅଫ ନେଦରଲାଣ୍ଡ ମଧ୍ୟରେ ବୁଝାମଣା ହୋଇଛି । ସେହିପରି ବାୟୋଟେକ୍‌ନୋଲୋଜି ଉପରେ ବୁଝାମଣା ହୋଇଥିବା ମଧ୍ୟ ଶ୍ରୀ ବର୍ମା ସୂଚନା ଦେଇଛନ୍ତି । ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଥମ ମହିଳା ସବିତା କୋବିନ୍ଦ ଏପ୍ରିଲ ୪ରୁ ନେଦରଲାଣ୍ଡ ଗସ୍ତ କରିଛନ୍ତି ।