ଶ୍ରୀ ରାମୋଜି ରାଓଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ରାମୋଜି ରାଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ । ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ, ଯିଏ ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ । ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଯାଇଛି । ତାଙ୍କର ଉଲ୍ଲେଖନୀୟ ପ୍ରୟାସ ମାଧ୍ୟମରେ ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ନୂତନତା ଓ ଉତ୍କର୍ଷତା ପାଇଁ ନୂତନ ମାନକ ସ୍ଥିର କରିଥିଲେ ।

ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ । ସୌଭାଗ୍ୟ ବଶତଃ ମୁଁ ତାଙ୍କ ସହ ଆଲୋଚନା କରିବା ଏବଂ ତାଙ୍କ ଜ୍ଞାନରୁ ଉପକୃତ ହେବାର ଅନେକ ସୁଯୋଗ ପାଇଛି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କୁ ସମ୍ବେଦନା । ଓମ୍ ଶାନ୍ତି ।”