ଶ୍ରୀ କେଶବ ମହିନ୍ଦ୍ରାଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଣିଜ୍ୟ ଜଗତର ବିଶିଷ୍ଟ ବ୍ୟକ୍ତି ଶ୍ରୀ କେଶବ ମହିନ୍ଦ୍ରାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ଶ୍ରୀ କେଶବ ମହିନ୍ଦ୍ରା ଜୀଙ୍କ ବିୟୋଗରେ ମର୍ମାହତ । ବାଣିଜ୍ୟ ଜଗତକୁ ଅବଦାନ ତଥା ପରୋପକାର ଉଦ୍ୟମ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ@narendramodi”