ପୁନେ ସାଂସଦ ଶ୍ରୀ ଗିରିଶ ବାପତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୁନେର ବିକାଶ ପାଇଁ ସେ ବିଶେଷ ଭାବେ ଆଗ୍ରହୀ ଥିଲେ….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୁନେ ସାଂସଦ ଶ୍ରୀ ଗିରିଶ ବାପତଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଗିରିଶ ବାପତ ଜୀ ଜଣେ ଅମାୟିକ ଓ ପରିଶ୍ରମୀ ନେତା ଥିଲେ । ସେ ତତ୍ପରତାର ସହ ସମାଜସେବା କରୁଥିଲେ । ମହାରାଷ୍ଟ୍ରର ବିକାଶ ପାଇଁ ସେ ବ୍ୟାପକ କାମ କରିଥିଲେ । ପୁନେର ବିକାଶ ପାଇଁ ସେ ବିଶେଷ ଭାବେ ଆଗ୍ରହୀ ଥିଲେ । ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା । ଓମ ଶାନ୍ତି ।”
“ଶ୍ରୀ ଗିରିଶ ବାପତ ଜୀ ମହାରାଷ୍ଟ୍ରରେ ବିଜେପିକୁ ଗଢିବା ଓ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ମେଳାପୀ ବିଧାୟକ ଭାବେ ସେ ଜନକଲ୍ୟାଣ ପ୍ରସଙ୍ଗଗୁଡିକୁ ଉତଥାପନ କରୁଥିଲେ । ଜଣେ ଦକ୍ଷ ମନ୍ତ୍ରୀ ଓ ପରେ ପୁନେ ସାଂସଦ ଭାବେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଭଲ କାମ ଲୋକଙ୍କୁ ପ୍ରେରିତ କରି ଚାଲିଥିବ ।”