ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅକ୍ଷୟ ତୃତୀୟା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅକ୍ଷୟ ତୃତୀୟାର ହାର୍ଦ୍ଦିକ ଶୁଭେଚ୍ଛା । ଦାନ, ପୂଣ୍ୟ ଓ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭର ପରମ୍ପରା ସହ ଜଡିତ ଏହି ପବିତ୍ର ପର୍ବ ସମସ୍ତ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି କାମନା ।”