ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିଅନ୍ ହୋଇଥିବାରୁ ଗୁକେଶ ଡି ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତାକୁ ଐତିହାସିକ ଓ ଉଦାହରଣୀୟ ବୋଲି କହି ସେ ପ୍ରଶଂସା କରିଛନ୍ତି ।
ଏକ୍ସ ରେ ଆନ୍ତର୍ଜାତିକ ଚେସ୍ ମହାସଂଘ ପକ୍ଷରୁ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:
“ଐତିହାସିକ ଏବଂ ଉଦାହରଣୀୟ!
ଏହି ଉଲ୍ଲେଖନୀୟ ଉପଲବ୍ôଧି ପାଇଁ ଗୁକେଶ ଡି ଙ୍କୁ ଅଭିନନ୍ଦନ । ଏହା ଅସାଧାରଣ ଦକ୍ଷତା, କଠିନ ପରିଶ୍ରମ ଏବଂ ଅତୁଟ ଲକ୍ଷ୍ୟର ପରିଣାମ ।
ତାଙ୍କର ଏହି ବିଜୟ କେବଳ ଯେ ଚେସ୍ ଇତିହାସ ପୃଷ୍ଠାରେ ତାଙ୍କ ନାମ ଲିପିବଦ୍ଧ କରିବ ତାହା ନୁହେଁ ବରଂ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ଦକ୍ଷତା ପ୍ରଦର୍ଶନ କରିବାକୁ ଲକ୍ଷ ଲକ୍ଷ ଯୁବକଙ୍କୁ ପ୍ରୋତ୍ସାହିତ କରିବ ।