ମହାକାଶରେ ଇସ୍ରୋର ବଡ ସଫଳତା । ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଏବଂ ସମଗ୍ର ଅନ୍ତରୀକ୍ଷ ସମୁଦାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି କି ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷ ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଉପଗ୍ରହର ସଫଳ ଅନ୍ତରୀକ୍ଷ ଡକିଙ୍ଗ ପାଇଁ ଇସ୍ରୋର…ଆମର ବୈଜ୍ଞାନିକ ଏବଂ ସମ୍ପୂର୍ଣ୍ଣ ଅନ୍ତରୀକ୍ଷ ସମୁଦାୟକୁ ଅଭିନନ୍ଦନ । ଆଗାମୀ ବର୍ଷ ମାନଙ୍କରେ ଭାରତର ମହତ୍ୱାକାଂକ୍ଷୀ ଅନ୍ତରୀକ୍ଷା ମିଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”