ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜେତା ଭାରତୀୟ ଦଳକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି: “ଆମ ନାରୀଶକ୍ତି ପାଇଁ ଅତ୍ୟନ୍ତ ଗର୍ବିତ! ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ବିଶ୍ୱକପ୍ ୨୦୨୫ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ । ଏହି ବିଜୟ ଦଳଗତ ଦକ୍ଷତା ଏବଂ ଦୃଢ଼ତାର ଫଳ । ଆଗାମୀ ପିଢ଼ିର ଅନେକ କ୍ରୀଡ଼ାବିତଙ୍କୁ ଏହା ପ୍ରୋତ୍ସାହିତ କରିବ । ଦଳକୁ ଆଗାମୀ ଦିନର ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା ।”