ରାଜସ୍ଥାନ ଜୟପୁରସ୍ଥିତ ହସ୍ପିଟାଲ ଅଗ୍ନିକାଣ୍ଡ ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ର୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଜୟପୁର ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ କରାଯାଇଛି;

“ରାଜସ୍ଥାନ ଜୟପୁରଠାରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ପ୍ରାଣହାନୀ ଘଟଣା ଅତ୍ୟନ୍ତ ଦୁଃଖଦ । ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।”