‘ଯୋଗ’କୁ ବିଶ୍ୱବ୍ୟାପୀ କରି ପାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

୨୦୧୪ ସେପ୍ଟେମ୍ବର ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଯୋଗଦାନ କରି ଅଭିଭାଷଣ ଛଳରେ ପ୍ରତିବର୍ଷ ଜୁନ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋଦୀଙ୍କ ମତରେ ସାରାବିଶ୍ୱକୁ ଭାରତର ମୂଲ୍ୟବାନ ଉପହାର ହେଉଛି ‘ଯୋଗ’ ।

ଜୁନ ୨୧ ତାରିଖଟିକୁ ବାଛିବା ପଛରେ ମୋଦୀଙ୍କ ଯୁକ୍ତି ହେଉଛି ସେହିଦିନ ପୃଥିବୀ ପୃଷ୍ଠରେ ଦିନ ଅବଧି ସର୍ବାଧିକ ରହୁଥିବାରୁ ବହୁ ରାଷ୍ଟ୍ର ଉପରେ ତା’ର ପ୍ରଭାବ ପଡ଼ିଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ମିଳିତ ଜାତିସଂଘ ସାଦରେ ଗ୍ରହଣ କରିନେଲା । ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ମିଳିତ ଜାତିସଂଘ ପକ୍ଷରୁ ଜୁନ୍‌ ୨୧ ତାରିଖଟିକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବାକୁ ଘୋଷଣା କରାଗଲା ।