ଭାଟିକାନ : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ସେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିଛନ୍ତି । ପୋପ ଫ୍ରାନ୍ସିସଙ୍କୁ ଭେଟିବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ । ଏହି ଆଲୋଚନା ଅବସରରେ ଭାରତ ଗସ୍ତରେ ଆସିବାକୁ ପୋପଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ଆଲୋଚନାରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଏନଏସଓ ଅଜିତ ଡୋଭାଲ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରୋନ, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଜୋକୋ ଇଡୋଡୋଙ୍କୁ ଭେଟିଛନ୍ତି ।