ନୂଆଦିଲ୍ଲୀ : ୟୁରୋପୀୟ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଭାରତ ଅଭିମୁଖେ ବିମାନରେ ବାହାରିବା ପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ରାଷ୍ଟ୍ରପତି ମାକ୍ରନଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ଉଭୟ ମୋଦୀ ଓ ମାକ୍ରନଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଭାରତ-ଫ୍ରାନ୍ସ ଭାଗିଦାରୀ ଆଗାମୀ ପର୍ଯ୍ୟାୟ ପାଇଁ ସହମତି ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ବୈଠକ ସଂପର୍କରେ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ ମଧ୍ୟ ବୈଠକରେ ଟୁଇଟ କରି କହିଛନ୍ତି ଯେ ଭାରତ-ଫ୍ରାନ୍ସ ଭାଗିଦାରୀ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ବଳ ମିଳିଛି । ସୂଚନାଯୋଗ୍ୟ ଯେ, ମୋଦୀ ଫ୍ରାନ୍ସ ଗସ୍ତ ପୂର୍ବରୁ ଫିନଲାଣ୍ଡ ଓ ଜର୍ମାନୀ ଗସ୍ତ କରିଥିଲେ ।