୧୪ ତାରିଖରେ କାତାର ଯିବେ ପ୍ରଧାନମନ୍ତ୍ରୀ ମୋଦିଜୀ

ନୂଆଦିଲ୍ଲୀ: ଭାରତ-କାତାର ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଫେବୃଆରୀ ୧୪ ତାରିଖରେ କାତାର ଗସ୍ତ କରୁଛନ୍ତି  । କାତାର ଜେଲରୁ ମୁକ୍ତ ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀ ରବିବାର ଭାରତରେ ପାଦ ଦେବା ପରେପରେ ପ୍ରଧାନମନ୍ତ୍ରୀ ମୋଦିଜୀ କାତାର ସରକାରଙ୍କ ସାଧୁବାଦ ଜଣାଇଥିଲେ  । ଭାରତ ସରକାରଙ୍କ ଅନୁରୋଧ କ୍ରମେ କାତାର ଅଦାଲତରେ ଦେଶଦ୍‌ରୋହ ଅପରାଧରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ଭାରତୀୟ ଦୋଷୀଙ୍କ ପ୍ରତି କୃପା କଲେ କାତାର ସରକାର  ।

ଏକ ଘରୋଇ ସଂସ୍ଥା ଜରିଆରେ କାତାରକୁ କାମ କରିବା ପାଇଁ ଯାଇ ସରକାରଙ୍କ କ୍ରୁର ଦୃଷ୍ଟିର ଶିକାର ହୋଇଥିଲେ ପୂର୍ବତନ ନୌସେନା କର୍ମଚାରୀ  ।

ଯାହା ହେଉ, ବହୁ ଘାତ ପ୍ରତିଘାତ ଭିତରେ କାତାର ଜେଲରୁ ବାହାରି ଭାରତରେ ପହଂଚି ପାରିଛନ୍ତି ୮ ଜଣ ଭାରତୀୟ  । ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅକୁଣ୍ଠ ସାହାଯ୍ୟ ବିନା ଆମେ ମରଣ ମୁଖରୁ ଫେରିବା ସମ୍ଭବ ହୋଇପାରି ନଥାନ୍ତା’; ଭାରତରେ ପାଦ ଦେବା ପରେ ଗଣମାଧ୍ୟମ ଆଗରେ ସେମାନେ କହିଛନ୍ତି  ।