ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଳିଷ୍ଠ କୂଟନୀତି, ନରମିଲା କାତାର

ନୂଆଦିଲ୍ଲୀ: ଦେଶଦ୍ରୋହ ଅପରାଧରେ କାତାରରେ ଦୋଷୀ ସାବ୍ୟସ୍ତ ଭାରତର ପୂର୍ବତନ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବାର ଥିଲା । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୂଟନୈତିକ ପରାକ୍ରମ ନିକଟରେ କାତାର ନରମିଛି ।
ଡିସେମ୍ବର ୩ ତାରିଖରେ ଭାରତର ରାଜଦୂତ କାତାରରେ ପୂର୍ବତନ ନୌସେନା କର୍ମଚାରୀଙ୍କୁ ଭେଟିଥିଲେ ।

ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା    ଅନୁସାରେ ଦ୍ୱିତୀୟ ଥର ପାଇଁ କାତାର ଜେଲରେ କଏଦୀ ଜୀବନ ଯାପନ କରୁଥିବା ପୂର୍ବତନ ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ଭାରତୀୟ ଦୂତାବାସକୁ ଅନୁମତି ମିଳିଛି ।
ଦୁବାଇରେ କାତାର ମୁଖ୍ୟ ଅମୀର ଶେଖ ତମିମ ବିନ ହମଦ ଅଲଥାନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଥିଲେ ।କୁହାଯାଉଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶକୁ ଗ୍ରହଣ କରି କାତାର ସରକାର କୋହଳ ଆଭିମୁଖ୍ୟ ଗ୍ରହଣ କରିବେ । ଖୁବ ଶୀଘ୍ର ମୃତ୍ୟୁମୁହଁରୁ ଭାରତକୁ ଫେରିବେ ପୂର୍ବତନ ନୌସେନା କର୍ମଚାରୀଗଣ ।