୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ କରୁଛି ଦେଶ ।ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଜନ୍ମ ହୋଇଥିଲା, ଯାହାଙ୍କୁ ୨୦୧୪ ମସିହା ମେ ୨୬ ତାରିଖରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ । ୫ ବର୍ଷ ପରେ ୨୦୧୯ରେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି ଥରେ ନିର୍ବାଚନ ଜିତିବା ସହିତ ସେ ପ୍ରଧାନମନ୍ତ୍ରୀ ଭାବେ ପୁଣି କାର୍ଯ୍ୟକାଳ ଆରମ୍ଭ କରିଥିଲେ ।ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରୁ ଏହି ଦିନକୁ ‘ସେବା ଦିବସ’ ଭାବେ ପାଳନ କରିଆସୁଛି । ଏଥର ୧୭ ସେପ୍ଟେମ୍ବରକୁ ଦଳ ରେକର୍ଡ ସଂଖ୍ୟାରେ ଟିକାକରଣ କରତିବାକୁ ଯୋଜନା ଚଳାଇଛି । ଏହି ଅବସରରେ ଅନେକ ନେତା ଓ ମନ୍ତ୍ରୀମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।