ନୂଆଦିଲ୍ଲୀ : ଚୀନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଖିତ ବୋଲି ଟ୍ୱିଟ କରିଛନ୍ତି । ସେହିପରି ଦୁର୍ଘଟଣାରେ ପିଡୀତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।