ଭାରତ ରତ୍ନ କର୍ପୁରୀ ଠାକୁରଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ କର୍ପୁରୀ ଠାକୁରଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ କର୍ପୁରୀ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଏହି ଜନନାୟକ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ସମାଜିକ ନ୍ୟାୟ ପାଇଁ ସମର୍ପିତ କରିଦେଇଥିଲେ ଏବଂ ଏହି ଦିଗରେ ଅନେକ ପ୍ରୟାସ କରିଥିଲେ । ତାଙ୍କ ଜୀବନ ଏବଂ ଆଦର୍ଶ ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଦେବ ।”