ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଲୋକମାନ୍ୟ ତିଲକଙ୍କ ପୂଣ୍ୟତିଥିରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରୀ ମୋଦୀ ଆଜି ପୁନେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ପୁନେରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଲୋକମାନ୍ୟ ତିଲକଙ୍କୁ ତାଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଜି ମୁଁ ପୁନେରେ ରହିବି ଯେଉଁଠି ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଗ୍ରହଣ କରିବି । ଏହି ସମ୍ମାନ ମୋତେ ପ୍ରଦାନ କରାଯାଉଥିବାରୁ ବାସ୍ତବରେ ମୁଁ ନିଜକୁ ଧନ୍ୟ ମନେକରୁଛି, ଯାହା କି ଆମ ଇତିହାସର ଜଣେ ଏଭଳି ମହାନ ବ୍ୟକ୍ତିତ୍ୱଙ୍କ କାର୍ଯ୍ୟ ସହ ଜଡ଼ିତ ।’