ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅୟା ବୈକୁଣ୍ଡ ସ୍ୱାମୀକଲଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଜନ୍ମ ଜୟନ୍ତୀ ଅବସରରେ ଶ୍ରୀ ଅୟା ବୈକୁଣ୍ଡ ସ୍ୱାମୀକଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅନ୍ୟର ସେବା ଓ ସମାବେଶୀ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଢିବା ପାଇଁ ସେ ନିଜକୁ ସମର୍ପଣ କରିଥିଲେ । ଦଳିତ ସଶକ୍ତିକରଣ ପାଇଁ ମଧ୍ୟ ସେ ଅନେକ ଉଦ୍ୟମ କରିଥିଲେ । ତାଙ୍କ ଚିନ୍ତାଧାରା ଆଗାମୀ ପୀଢିକୁ ମଧ୍ୟ ପ୍ରେରିତ କରି ଚାଲିଥିବ ।”