ଜରୁରୀକାଳୀନ ସ୍ଥିତିର ପ୍ରତିବାଦ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଜରୁରୀକାଳୀନ ସ୍ଥିତିର ପ୍ରତିବାଦ କରିଥିବା ସମସ୍ତ ପୁରୁଷ ଓ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଜରୁରୀକାଳୀନ ସ୍ଥିତିର ପ୍ରତିବାଦ କରିଥିବା ସେହି ମହାନ ପୁରୁଷ ଓ ମହିଳାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିବସ ଆଜି ।

ଜରୁରୀକାଳୀନ ସ୍ଥିିତିର କଳାଦିବସ ଆମକୁ #DarkDaysOfEmergency ମନେ ପକାଇଦେଉଛି କିପରି କଂଗ୍ରେସ ଦଳ ପ୍ରତ୍ୟେକ ଭାରତୀୟ ସମ୍ମାନ ଦେଉଥିବା ସମ୍ବିଧାନକୁ ଦଳିମକଚି ମୌଳିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିଥିଲା ।

ଜରୁରୀକାଳୀନ ସ୍ଥିତି #DarkDaysOfEmergency ଏକ ଅତ୍ୟାନ୍ତ ଆହ୍ୱାନପୂର୍ଣ୍ଣ ସମୟ ଥିଲା । ଗଣତନ୍ତ୍ର ଉପରେ ହୋଇଥିବା ଏହି ଆକ୍ରମଣକୁ ସେ ସମୟରେ ବିଭିନ୍ନ ବର୍ଗର ଲୋକେ ପ୍ରତିବାଦ କରିବାକୁ ସମ୍ମିଳିତ ହୋଇ ଆଗେଇ ଆସିଥିଲେ । ସେ ସମୟରେ ବିଭିନ୍ନ ଲୋକଙ୍କ ସହ କାମ କରି ମୁଁ ମଧ୍ୟ ଏହି ଅନୁଭୂତି ପାଇଛି । ନିମ୍ନ ପୋଷ୍ଟ ଏହାର ଝଲକ ଦେଉଛି…

ନିଜସ୍ୱ ଭାଷାରେ @narendramodi ବର୍ଣ୍ଣନା କରିଛନ୍ତି କିପରି ଜରୁରୀକାଳୀନ ସ୍ଥିତି ତାଙ୍କ ପାଇଁ ଏକ ଅସ୍ୱାଭାବିକ ସୁଯୋଗ (ବିପଦ ସମୟରେ ସୁଯୋଗ) ଆଣିଥିଲା ଯାହାକି ବିଭିନ୍ନ ରାଜନୈତିକ ଦଳର ନେତା ଓ ସଙ୍ଗଠନ ଗୁଡ଼ିକ ସହ କାମ କରିବା ପାଇଁ ଏବଂ ବିଭିନ୍ନତାର ନୀତି ଓ ମତ ଜାଣିବାକୁ ।