ଡିସେମ୍ବର ୨୭ରେ ୫୮ ଲକ୍ଷ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର ଇ-ବିତରଣ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଡିସେମ୍ବର ୨୭ (ଶୁକ୍ରବାର)ରେ ଦିନ ପ୍ରାୟ ସାଢେ ୧୨ଟା ବେଳକୁ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର ଇ-ବିତରଣ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଶଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳର ପଚାଶ ହଜାର ଗାଁ ପାଇଁ ପ୍ରାୟ ୫୮ ଲକ୍ଷ ସ୍ୱାମୀତ୍ୱ ପ୍ରପର୍ଟି କାର୍ଡର ଇ-ବିତରଣ କରାହେବ । ଛତିଶଗଡ, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତରପ୍ରଦେଶ ପରି ରାଜ୍ୟ ଓ ଜମ୍ମୁ-କାଶ୍ମୀର, ଲଦାଖ ପରି କେନ୍ଦ୍ର ଶାସିତ ଅଂଚଳରେ ଏହା ଲାଗୁ ହେବାକୁ ଯାଉଛି । ଏହି ଅବସରରେ ସ୍ୱାମୀତ୍ୱ ଯୋଜନା ଦୁଇ କୋଟିରୁ ଅଧିକ ପ୍ରପର୍ଟି କାର୍ଡ ପ୍ରସ୍ତୁତ କରିବା ଲକ୍ଷ୍ୟ ଓ ଗୋଟିଏ ଦିନରେ ପ୍ରାୟ ୫୮ ଲକ୍ଷରୁ ଅଧିକ କାର୍ଡ ବଂଟାଯିବାର ସଫଳତା ହାସଲ କରିବ ।
କେନ୍ଦ୍ର ପଂଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, କେନ୍ଦ୍ର ପଂଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ର. ଏସ.ପି ସିଂହ ବାଘେଲ, ପଂଚାୟତିରାଜ ସଚିବ ବିବେକ ଭରଦ୍ୱାଜଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ମନୋନୀତ ହିତାଧିକାରୀଙ୍କ ସହ କଥା ହେବେ ଓ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ । ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ, ପଂଚାୟତ ପ୍ରତିନିଧିଙ୍କ ସମେତ ବହୁ ଅଂଶୀଦାର ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ । ଆଂଚଳିକ କ୍ଷେତ୍ରରେ ଏହି ପ୍ରପର୍ଟି କାର୍ଡର ବିତରଣ ତଦାରଖ କରିବା ଲାଗି ପ୍ରାୟ ୧୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରତ୍ୟକ୍ଷ ଉପସ୍ଥିତ ରହିବେ ।
ସ୍ୱାମୀତ୍ୱ ଯୋଜନାର ସୁଫଳ ରୂପାୟନ ପାଇଁ ସାରା ଦେଶରେ ପ୍ରସ୍ତୁତି
ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଯୋଗସୂତ୍ର ରକ୍ଷା କରି ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୭ ତାରିଖରେ ଦେଶର କୋଡିଏ ହଜାର ସ୍ଥାନରେ ଓରିଏଂଟେସନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସ୍ୱାମୀତ୍ୱ ଯୋଜନା ଅଧୀନରେ ମିଳିଥିବା ସଫଳତା
- ଡ୍ରୋନ ମ୍ୟାପିଂ କଭରେଜ : ପ୍ରାୟ ୩.୧୭ ଲକ୍ଷ ଗାଁରେ ସର୍ଭେ ସରିଛି
- ପ୍ରପର୍ଟି କାର୍ଡ ବିତରଣ : ୧.୪୯ ଲକ୍ଷ ଗାଁରେ ପ୍ରାୟ ୨.୧୯ କୋଟିରୁ ଅଧିକା କାର୍ଡ ପ୍ରସ୍ତୁତି ସରିଛି
- ପରିମାର୍ଜିତ ପ୍ରଶାସନ :ଡିଜିଟାଲ ଉପାୟରେ ଅନୁମୋଦିତ ହୋଇଥିବା ପ୍ରପର୍ଟି କାର୍ଡ ସ୍ଥାନୀୟ ପ୍ରଶାସନକୁ ମଜଭୂତ କରିବା ସହ ଗ୍ରାମ ପଂଚାୟତ ଡେଭଲେପମେଂଟ ପ୍ଲାନ (ଜିପିଡିପିଏସ)କୁ ବିକଶିତ କରିଛି
- ଆର୍ଥିକ ଉନ୍ନତି : ଗ୍ରାମୀଣ ବାସିନ୍ଦାଙ୍କୁ ସଶକ୍ତି କରାଯାଇଛି
- ନାରୀ ସଶକ୍ତିକରଣ : ପରିବର୍ତିତ ଆର୍ଥିକ ଓ ସାମାଜିକ ସୁରକ୍ଷା ସହ ମହିଳାଙ୍କୁ ନ୍ୟାୟିକ ଅଧିକାର
- ବିବାଦ ସମାଧାନ : ସଠିକ ପ୍ରପର୍ଟି ମାପଚୁପ ଜମିଜମା ବିବାଦ କମାଇପାରିଛି
- ଏସଭିଏଏମଆଇଟିଭିଏ – ଗ୍ରାମୀଣ ଭାରତବର୍ଷ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ
୨୪ ଏପ୍ରିଲ ୨୦୨୦ରେ ଜାତୀୟ ପଂଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଡ୍ରୋନ ଓ ଜିଆଇଏସ ଯାନ୍ତ୍ରିକ ବିଦ୍ୟା ପ୍ରୟୋଗ କରି ଦେଶର ଗ୍ରାମୀଣ କ୍ଷେତ୍ରରେ ପ୍ରପର୍ଟି ମାଲିକମାନଙ୍କୁ ଏସଭିଏଏମଆଇଟିଭିଏ ଯୋଜନା ଅଧୀନରେ ସେମାନଙ୍କ ଅଧିକାର ଦେବାକୁ ଲକ୍ଷ୍ୟ ରଖାଯାଇଛି ।
କୋଭିଡ ମହାମାରୀର ପ୍ରକୋପ ବେଳେ ବି ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ପ୍ରପର୍ଟି କାର୍ଡର ପ୍ରଥମ ସେଟ ବିତରଣ କରିଥିଲେ । ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ପ୍ରଗତି ସହ ସ୍ଥିରତା ଆଣିବା ଲକ୍ଷ୍ୟରେ ସରକାରଙ୍କ ଆଭିମୁଖ୍ୟକୁ ଏସଭିଏଏମଆଇଟିଭିଏ ଯୋଜନା ପ୍ରତିପାଦିତ କରୁଥିବା କୁହାଯାଇଛି । ପ୍ରପର୍ଟିମାଲିକମାନଙ୍କୁ ଏହି ଯୋଜନା କେବଳ ସଶକ୍ତ କରୁନାହିଁ ବରଂ ଗ୍ରାମୀଣ କ୍ଷେତ୍ରରେ ଆର୍ଥିକ ସ୍ଥିରତା, ଭିତିଭୂମି ପ୍ଲାନିଂ ଓ ବିକାଶ ପରି କ୍ଷେତ୍ରରେ ସୁଧାର ଆଣିବା ଲକ୍ଷ୍ୟରେ ଏହା କାର୍ଯ୍ୟ କରୁଛି ବୋଲି ସୂଚନା ଦିଆଯାଇଛି ।