ଏସୀୟ କ୍ରୀଡ଼ାରେ ଶଟ୍ ପୁଟ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା କିରଣ ବଳିୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତୀୟ ଆଥଲେଟମାନେ ଏସୀୟ କ୍ରୀଡ଼ା ୨୦୨୨ରେ ଚମକିବା ଜାରି ରଖିଛନ୍ତି ।
ଶଟ୍ ପୁଟ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଏବଂ ବ୍ରୋଞ୍ଜ ପଦକ ଜିତିବା ପାଇଁ କିରଣ ବଳିୟାନଙ୍କୁ ବହୁତ ଅଭିନନ୍ଦନ । ତାଙ୍କର ଏହି ସଫଳତା ସମଗ୍ର ଦେଶକୁ ଖୁସି କରିଦେଇଛି ।’